//BREAKING//
Loading...

ବାଣିଗୋଛା ରେ ଆୟୋଜିତ ହେଲା ଆୟୂଷ୍ମାନ ଆରୋଗ୍ୟ ସ୍ବାସ୍ଥ୍ୟ ଶିବିର

 



ଦଶପଲ୍ଲା : - ଦଶପଲ୍ଲା ପଶ୍ଚିମାଞ୍ଚଳର ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଂଚଳ ଭାବରେ ପରିଚିତ ବାଣିଗୋଛା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ରେ ସ୍ବାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ଆୟୁଷ୍ମାନ ଆରୋଗ୍ୟ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବାଣିଗୋଛା ଗ୍ରାମପଞ୍ଚାୟତ ତଥା ସଲଗ୍ନ ଦୁଡା ଓ କୁଲୁରୁକୁମ୍ପା ଗ୍ରାମପଞ୍ଚାୟତର ବୁରୁପାଲ, ପଧାନ ଗାଁ, ବତାଗାଁ,ନେଫାରୀ, ବାଣିବିରୀ, ତାକୁଡା, ଗୁର୍ହା, ଜାମୁସାହି, ଫାଲପାଜୁ,ଗରସା,ରାଗୁଡୁ,ଶଗଡାସାହି, ପ୍ରଭୃତି ଗ୍ରାମର ୧୧୪ ରୁ ଉର୍ଦ୍ଧ୍ବ ଜନସାଧାରଣ କଂ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣା ଓଷଧ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଡାକ୍ତର ବିଶ୍ବଜିତ୍ ନାୟକ, ଡାକ୍ତର କାଳୀ ପ୍ରସାଦ ଷଡ଼ଙ୍ଗୀ,, ଫାର୍ମାସିଷ୍ଟ ସୈlମ୍ଯ ରଂଜନ ଖୁଣ୍ଟିଆ, ଏଏନ୍ଏମ୍ ସୁନିତା ମଳିକ ପରିଚାଳନା କରିଥିଲାବେଳେ , ବାଣିଗୋଛା ସବ୍ - ସେଣ୍ଟରର ଓ ଆଶାସାଥୀ ଓ ସମସ୍ତ ଆଶାକର୍ମୀ ମାନେ ସହଯୋଗ କରିଥିଲେ । ଏହି ସ୍ବାସ୍ଥ୍ୟ ଶିବିର ପ୍ରତି ମାସର ୨ୟ ସୋମବାର ଦିନ ଅନୁଷ୍ଠିତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏହାଦ୍ବାରା ଉପାନ୍ତ ଅଂଚଳବାସୀ ବହୁ ଭାବରେ ଉପକୃତ ହେବେ ବୋଲି ଆଶାକରାଯାଉଛି ।

     (ନ୍ୟୁଜହେଡ଼ ରତ୍ନାକର ହୋତାଙ୍କ ରିପୋର୍ଟ)

Post a Comment

Previous Post Next Post

ଉତ୍ସର୍ଗ ନ୍ୟୁଜ ଆରମ୍ଭ ମାତ୍ର

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe